୬ ମାସ ଦରମା ପାଇନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ । ଆଜି ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ମହିଳା । ବକେୟା ଦରମା ସହ ଗୋଷ୍ଠୀ ସହାୟିକା ସଂଘଙ୍କୁ ଟିଏ ଡିଏ ମିଳୁନଥିବା ଅଭିଯୋଗ କରାଯାଇଛି ।

ଏହି ଆନ୍ଦୋଳନରେ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ଭିତିରେ ୱାର୍କର ମାନ୍ୟତା ଦାବି କରିବା ସହ ଦରମା ବୃଦ୍ଧି, ବ୍ୟାଙ୍କ ଖାତାକୁ ଦରମା ପ୍ରଦାନ କରିବା ସହିତ ସ୍ଥାୟୀ ନିଯୁକ୍ତି ଓ ଆଇଡେଣ୍ଟି କାର୍ଡ ଦେବାକୁ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ ଦାବି କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *