ବେଲପଡ଼ା ନୁନ୍‌ହାଡ଼ ଗାଁରେ ହିଟ୍ ଆଣ୍ଡ ରନ୍ ଘଟଣା ସାମ୍ନାକୁ ଆସିଛି। ୩ ନାବାଳିକାଙ୍କ ଉପରେ ନିଶାସକ୍ତ ଢାବା ମାଲିକ କାର୍ ଚଢ଼ାଇ ଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୩ ନାବାଳିକାଙ୍କୁ ବେଲପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସାହ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଳିସହ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଦିନକୁ ଦିନ ବେପରୁଆ ଓ ନିଶାସକ୍ତ ଭାବେ ଗାଡି ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାଦ୍ୱାରା ଦୁର୍ଘଟଣା ଅନେକ ଧନଜୀବନ ହାନୀ ହେଉଛି। ସରକାର ଏମାନଙ୍କ ଉପରେ ରୋକ ଲଗାଇବା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *