ରେଭେନ୍ସା ନାମ ପରିବର୍ତ୍ତନ ନେଇ ରାଜ୍ୟରେ ଦିନକୁ ଦିନ ତେଜୁଛି ରାଜନୀତି । ଆଜି ରେଭେନ୍ସା ନାମ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମର ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ରେଭେନ୍ସାର ନାମ ପରିବର୍ତ୍ତନ ମଙ୍ଗଳମୟ ନୁହେଁ । ଏହାର ନାମ ବଡ଼ ନୁହେଁ କାମ ବଡ଼ । ନାମକୁ ନେଇ ଏତେ ରାଗ କାହିଁକି ?

ଏହା ସହ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକେଇବାକୁ ଅନୁରୋଧ କରିବା ସହ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଏହା ଉପରେ ପୂର୍ଣ୍ଣଛେଦ ଟାଣନ୍ତୁ ସ୍ପଷ୍ଟୀକରଣ ଆଣନ୍ତୁ, ଯେ ରେଭେନ୍ସାର ନାମ ପରିବର୍ତ୍ତନ ହେବନାହିଁ ।

ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ଚର୍ଚ୍ଚାକୁ ବିରୋଧ କରିଛନ୍ତି ପୁରାତନ ଛାତ୍ରଙ୍କୁ ନେଇ ଗଠିତ ରେଭେନ୍ସା ହେରିଟେଜ ଫୋରମର ଗ୍ରୁପ୍। ଏହାର ସଦସ୍ୟ ସତ୍ୟକାମ ମିଶ୍ର କହିଛନ୍ତି ସାରା ଓଡ଼ିଶାରେ ଜନମତ ସଂଗ୍ରହ ହେବ । ଏହି ସମ୍ପର୍କରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯିବ ।

Leave a Reply

Your email address will not be published. Required fields are marked *