ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ରହସ୍ୟର ପର୍ଦ୍ଦାଫାସ ହେବ। ଯାଜପୁର ଜିଲ୍ଳା ହରିଦାସପୁର ଗ୍ରାମ ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ ପାଇଁ ଦାବି ଉଠିଛି। ଏ ନେଇ ବିଜେପି ନେତାମାନେ ଆଜି ନୀଳକଣ୍ଠ ନଗରସ୍ଥିତ ବାସଭବନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ହତ୍ୟାକାଣ୍ଡର ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଂଯୋଜକ ରାକେଶ ନାୟକ, ଯାଜପୁର ଜିଲ୍ଳା ଓବିସି ମୋର୍ଚ୍ଚା ଉପସଭାପତି ମାନସ ରଞ୍ଜନ ନାୟକ, କୋଟପୁର ମଣ୍ଡଳ ବିଜେପି ସଭାପତି କୁଳମଣି ନାୟକ, ଜରକା ମଣ୍ଡଳ ବିଜେପି ସଭାପତି ନୀଳମଣି ଦାସଙ୍କ ସମେତ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସସ୍ଥିତ ଥିଲେ। ତେବେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ସରକାର ଯଥାଯୋଗ୍ଯ ନିଷ୍ପତ୍ତି ନେବେ ବୋଲି ଶ୍ରୀ ହରିଚନ୍ଦନ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବରରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କ ଗେଷ୍ଟ ହାଉସରୁ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଝୁଲନ୍ତା ମୃତଦେହ ହୋଇଥିଲା। ତାଙ୍କୁ ହତ୍ୟା କରି ସୁପରିକଳ୍ପିତ ଭାବେ ଆତ୍ମହତ୍ୟାର ରୂପ ଦିଆଯିଆଇଥିବା ଅଭିଯୋଗ ଆଣିଥିଲେ ସ୍ମିତାରାଣୀଙ୍କ ସ୍ୱାମୀ।

Leave a Reply

Your email address will not be published. Required fields are marked *