ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି।

ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ନୀତେଶ କୁମାର । ଗ୍ରେଟ ବ୍ରିଟେନର ଡେନିଏଲ ବେଥେଲଙ୍କୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ହାତେଇଛନ୍ତି ନୀତେଶ । ସେ ୨୧-୧୪ ସେଟରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ସେହିପରି ଅଲିମ୍ପିକ୍ସରେ ହୋଇଥିବା ଟୁର୍ଣ୍ଣାମେଣ୍ଟର ଆଥଲେଟିକ୍ସ ପ୍ରତିଯୋଗିତାରେ ଭାରତକୁ ମିଳିଛି ଦୁଇଟି ପଦ। ଆଥଲେଟିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବାବେଳେ ମହିଳା ୨୦୦ ମିଟର ଦୌଡ଼ରେ (ଟି-୩୫) ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ପାଲ୍‌।

ହାଇଜମ୍ପ (ଟି-୪୭) ଫାଇନାଲରେ ନିଶାଦ କୁମାର ୨.୦୮ ମିଟର ଉଚ୍ଚତା ଡେଇଁ ଦ୍ଵିତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଆମେରିକାର ରୋଡରିକ୍‌ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚତା ଡେଇଁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ନିଶାଦ। ଓ ମହିଳା ୨୦୦ ମିଟର ଦୌଡ଼ରେ (ଟି-୩୫) ପ୍ରୀତି ପାଲ୍‌ ୩୦.୦୧ ସେକେଣ୍ଡରେ ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଏହା ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍‌ ଭାବେ ସେ ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ସଫଳତା ହାସଲ କରିଛନ୍ତି।

ଅନ୍ୟପଟେ ଭାରତ ପାଇଁ ଯୋଗଶେ କାଥୁନିୟା ପୁରୁଷ ଡିସକସ୍ ଥ୍ରୋର ଏଫ ୫୬ ର୍ବଗରେ ରୌପ୍ୟ ପଦକ ପାଇଛନ୍ତି । ସେ ୪୨.୨୨ ମିଟର ଦୂରତାକୁ ଡିସକସ୍ ଫିଙ୍ଗି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ।

ପ୍ୟାରିସ ପାରା ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତକୁ ଏପର୍ଯ୍ୟନ୍ତ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏପଂ ୪ଟି କାଂସ୍ୟ ପଦକ ମିଳିଛି ।

Leave a Reply

Your email address will not be published. Required fields are marked *