ୱାଏନାଡ଼ ଭୂସ୍ଖଳନରେ ଫସି ରହିଥିଲେ ଝାରସୁଗୁଡ଼ାର ଡାକ୍ତର ସ୍ୱୀକୃତି ମହାପାତ୍ର। ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି। କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ। ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଥିଲେ। ସ୍ୱୀକୃତି ମଧ୍ୟ ଗୁରୁତର ହୋଇ କେରଳରେ ଚିକିତ୍ସାଧୀନ ଥିଲେ। ଅନ୍ୟତମ ନିଖୋଜ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ଏଯାଏଁ କିଛି ସୁରାକ ମିଳିନି।

Leave a Reply

Your email address will not be published. Required fields are marked *