ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଛି । ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ‘ମାମା’ର ମୃତ୍ୟୁ ହୋଇଥିବା ଜଣାପଡିଛି । ୭ ବର୍ଷର ‘ମାମା’ର ମୃତ୍ୟୁ ନେଇ ଚନ୍ଦକା ଡିଏଫ୍‌ଓ ସୂଚନା ଦେଇଛନ୍ତି। ହାର୍ପିସ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ହାର୍ପିସରେ ଆକ୍ରାନ୍ତ ହୋଇଥିବା ଡିଏଫଓ କହିଛନ୍ତି। ୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ର ଅଣାଯାଇଥିଲା।

Leave a Reply

Your email address will not be published. Required fields are marked *