ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ବିଧାନସଭାରେ ପହଞ୍ଚି ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ।

ସୂଚନା ମୁତାବକ; ନିକଟରେ ମମତା ମହାନ୍ତ ବିଜେଡି ଦଳରୁ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ବିଜେପି ଦଳରେ ସାମିଲ ହୋଇଥିଲେ। ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ପରେ ଜଗନ୍ନାଥ ପ୍ରଧାନ ନିଜ ନାମାଙ୍କନ ପ୍ରତ୍ୟାହାର କରିବା ପରେ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ।

Leave a Reply

Your email address will not be published. Required fields are marked *