ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ରାଜ୍ୟ ସରକାର ଅନୁଷ୍ଠିତ କରିବାକୁ ଯାଉଛନ୍ତି ନିଯୁକ୍ତି ମେଳା । ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ । ଏହି ମେଳାରେ ପ୍ରାୟ ୩୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ସରକାର । ଏହାସହିତ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮୭୮୮ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ବୋଲି ଜଣାପଡ଼ିଛି । କେବଳ ସେପ୍ଟେମ୍ବର ମାସରେ ୭ଟି ନିଯୁକ୍ତି ମେଳାର ଆୟୋଜନ କରାଯାଇ ମୋଟ ୨୧୯୧୮ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ନିର୍ବାଚନ ବେଳେ ବିଜେପି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ରାଜ୍ୟ ସରକାର ଏହି ଭଳି ବିଭିନ୍ନ ପଦକ୍ଷେପ ନେଇଛି।

Leave a Reply

Your email address will not be published. Required fields are marked *