ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ଏହି ଭଳି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ବିଡିଏ ଅଧିନରେ ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ମାମଲା ରୁଜୁ ହୋଇଛି । ୬୩ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ଟି ବିଚାରାଧୀନ ରହିଛି । ସେହିପରି ବିଏମ୍‌ସି ଅଧିନରେ ଥିବା ୧୪୪୪ ମାମଲା ରହିଥିବା ବେଳେ ୪୫୧ଟି ଫଇସଲା ହୋଇଛି ।

Leave a Reply

Your email address will not be published. Required fields are marked *