ତିନି ଦିନିଆ ଓଡ଼ିଶା ଗସ୍ତରେ ଏସ୍‌ଆଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ । କଳା ଟଙ୍କା ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଏହାର ନବମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟକୁ ୧୫ ଦିନ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିବ ବୋଲି ପ୍ୟାନେଲର ଉପାଧ୍ୟକ୍ଷ ଜଷ୍ଟିସ ପଶାୟତ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଧରା ପଡୁଥିବା ଦୁର୍ନୀତି ତଦନ୍ତ ପରିସରକୁ ଆସିଛି । ଧରା ପଡ଼ୁଥିବା ଅଫିସର ଏସ୍‌ଆଟି କମିଟିର ନଜରରେ ଅଛନ୍ତି । ଦୁର୍ନୀତିଖୋରଙ୍କ କଳାଧନ ଉପରେ ମଧ୍ୟ ନଜର ରହିଛି । କଳାଧନ ରିପୋର୍ଟ ପାଇଁ ରାଜ୍ୟର ମାମଲା ତଦନ୍ତ ପରିସରଭୁକ୍ତ ହେବ ।

Leave a Reply

Your email address will not be published. Required fields are marked *