କୋଲକାତାର ଆରଜି କର୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପିଜି ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ସବୁଠି ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳୁଛି । ସମଗ୍ର ଦେଶର ମାମଲାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦେଶର ବିଭିନ୍ନ ସ୍ଥାନରେ ହଜାର ସଂଖ୍ୟାରେ ଡାକ୍ତରଙ୍କ ସମେତ ସାଧାରଣ ଜନତା ରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ଏହି ସମୟରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସିସିଆଇ ଅଧ୍ୟକ୍ଷଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଖୁବଶୀଘ୍ର ଆନ୍ଦୋଳନରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଗାଙ୍ଗୁଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକଚର ବ୍ଳାକ୍ କରିଛନ୍ତି । ସୌରଭ କୋଲକାତାର ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ କୋଲକାତା ବଳାତ୍କାର ଓ ହତ୍ୟା ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ମହିଳା ଡାକ୍ତରଙ୍କ ସହ ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ । ଏଭଳି ଅପରାଧକୁ ଅତ୍ୟନ୍ତ ଭୟଙ୍କର କହିବା ସହ ସିବିଆଇ ତଦନ୍ତ କରୁଥିବାରୁ ନ୍ୟାୟ ମିଳିବ ବୋଲି ଆଶା ରହିଛି । ଏଥିସହ ଦୋଷୀକୁ ଏପରି ଦୃଷ୍ଟାନ୍ତମୂଳକ କଠୋର ଦଣ୍ଡ ଦିଆଯିବା ଉଚିତ୍ ଯାହାଦ୍ୱାରା ଏପରି ଅପରାଧ କରିବାକୁ କେହି ସାହସ କରିବେ ନାହିଁ ।

Leave a Reply

Your email address will not be published. Required fields are marked *