ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ । ମମତା ମହନ୍ତଙ୍କ ପରେ ରାଜ୍ୟସଭା ଆସନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ। ଅନ୍ୟପଟେ ପ୍ରଥମ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମମତା । ଗତକାଲି ବିଜେପି ପକ୍ଷରୁ ମମତାଙ୍କ ନାଁ ଘୋଷଣା କରିଥିଲା ବିଜେପି । ସୂଚନା ମୁତାବକ; ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାନସଭା ନିର୍ବାଚନ ଲଢିଥିଲେ ଜଗନ୍ନାଥ ପ୍ରଧାନ । ହେଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କଠାରୁ ଖୁବ୍ କମ୍ ଭୋଟରେ ସେ ନିର୍ବାଚନ ହାରି ଯାଇଥିବା ପରେ ଏବେ ରାଜ୍ୟସଭା ସିଟ୍ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଜଗନ୍ନାଥ। Post navigation ଏଥର ଅନ୍ଧାରରେ ରହିବେନି କୌଣସି ପରିବାର; ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ଘରେ ପହଞ୍ଚିବ ବିଜୁଳି କୋଲକତା ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲା: ନ୍ୟାୟ ଦାବି ଆନ୍ଦୋଳନରେ ସାମିଲ ହେବେ ଗାଙ୍ଗୁଲି