ମହାରାଷ୍ଟ୍ର ଥାଣେର ଏକ ସ୍କୁଲରେ ଦୁଇ ଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ରେଳ ଧାରଣାରେ ରେଳ ଅଟକାଇ ହଜାର ହଜାର ଲୋକ ବିକ୍ଷୋଭ କରିଥିଲେ। ଏଥିସହ ପୋଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ। ତେବେ ୩୦୦ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ବେଳେ ୪୦ ଜଣଙ୍କୁ ଥାଣେ ପୋଲିସ ଗିରଫ କରିଛି। ଗିରଫ କରାଯାଇଥିବା ଲୋକଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ପ୍ରକାଶଃ ଯେ, ଅଗଷ୍ଟ ୧୬ରେ ମହାରାଷ୍ଟ୍ର ଥାଣେର ଏକ ସ୍କୁଲରେ ୨ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଜଣେ ୨୩ ବର୍ଷୀୟ ସଫେଇ କର୍ମଚାରୀ ୨ ଶିଶୁଙ୍କୁ ଟଏଲେଟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ପରେ ୨ ଜଣଙ୍କୁ ନିଲମ୍ବିତ କରିବା ସହ ସଫେଇ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ସ୍କୁଲ ପ୍ରଶାସନ ପକ୍ଷରୁ ପ୍ରିନ୍ସିପାଲଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଶ୍ରେଣୀ ଶିକ୍ଷକଙ୍କୁ ବାହାର କରିଦିଆଯାଇଛି।

Leave a Reply

Your email address will not be published. Required fields are marked *