ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତରେ ହୋଇଥିବା ଖର୍ଚ୍ଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସେ କହିଛନ୍ତି ଭିକେ ପାଣ୍ଡିଆନଙ୍କ ଗସ୍ତରେ କୋଟି କୋଟି ଟଙ୍କା ହେଲିକପ୍ଟର ଖର୍ଚ୍ଚ ହୋଇଛି । ସେ ସବୁ ସମସ୍ତ ଗସ୍ତରେ ଖର୍ଚ୍ଚ ହୋଇଥିବା ଟଙ୍କାର ତଦନ୍ତ ଚାଲିଛି । ପାଣ୍ଡିଆନ୍ ଗସ୍ତ ପାଇଁ ପ୍ରତି ବ୍ଲକରେ ତିଆରି ହେଉଥିଲା ହେଲିପ୍ୟାଡ୍ । ୨୦୧୩ ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା । ସେ ସବୁର ତଦନ୍ତ ଆରମ୍ଭ ହୋଇଛି । ସେ ଆଉ ମଧ୍ୟ କରିଛନ୍ତି ହେଲିକପ୍ଟର କିଏ ଏବଂ କେଉଁ କାରଣରେ ବ୍ୟବହାର କରିପାରିବ ତାହାର ଏକ ବିଦ୍ଧି ଅଛି । ଯଦି ଏହି ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହେବ । ସେଥିପାଇଁ ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ତାହା ଆମ ସରକାର ଗ୍ରହଣ କରିବା ନାହିଁ । ଖୁବଶୀଘ୍ର ତଦନ୍ତ ଅନୁସାରେ ଆମେ ଏହି ସଂପର୍କରେ କାର୍ଯ୍ୟାନୁଷ୍ଠାନ ନିଆଯିବ । Post navigation ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ ଇଭିଏମ ଓ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ଅଭିଯୋଗ ଆଣିଲା ବିଜେଡି