ମହାପ୍ରଭୁଙ୍କ ଖଣିରୁ ୨୧କୋଟି ଅର୍ଥ ଲୁଟ ହେବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ଭୁସମ୍ପତ୍ତିରେ ଖଣି ଖଜଣା ଦେଉନଥିଲେ ସେମାନଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ । ମହାପ୍ରଭୁଙ୍କ ୫୮ ହଜାର ଏକର ଭୂସମ୍ପତ୍ତି ଅଛି । ୩୭ ହଜାର ଏକର ସମ୍ପତ୍ତିର କାଗଜ ଓ ତଥ୍ୟ ଅଛି । ଜବରଦଖଲ କରିଥିବା ଉପଭୋଗକାରୀ ଚିହ୍ନଟ ହେବେ । ଖଣି ଖଜଣା ଦେଉନଥିଲେ ଦଣ୍ଡ ବିଧାନ ହେବ । ସେହିପରି ଖୋର୍ଦ୍ଧାର ସମସ୍ତ ଖଣି ଖାଦାନ ମହାପ୍ରଭୁଙ୍କ ସମ୍ପତ୍ତି ରହିଛି । ସେ ଆଉ ମଧ୍ୟ କହିଛନ୍ତି ୨୪ ବର୍ଷର ଶାସନ କରିଥିବା ପୂର୍ବ ସରକାର କେବେ ମହାପ୍ରଭୁଙ୍କ ସମ୍ପତ୍ତି ସୁରକ୍ଷା ବିଷୟରେ ଚିନ୍ତା କରିନାହାନ୍ତି । ଅନ୍ୟପଟେ ଖଣି ଲିଜଧାରୀଙ୍କୁ ସୋ କଜ୍ ନୋଟିସ ଦିଆଯାଇଛି । ଖୋର୍ଦ୍ଧାର ୧୯ଟି ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୧୭ଟି ନିର୍ମାଣ ପଥର ଖଣି, ୨ ଗୋଟି ମାଙ୍କଡ଼ା ପଥର ଖଣି ଧାର୍ଯ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ ପାଇଁ ନୋଟିସ୍ ଜାରି ହୋଇଛି । ସାତଦିନ ମଧ୍ୟରେ ଜରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Post navigation ବାଂଲାଦେଶର ହିଂସାକୁ ନେଇ ହାଇ ଆଲର୍ଟରେ ଓଡ଼ିଶା କୁସ୍ତି ସେମିଫାଇନାଲରେ ଭାରତର ଅମନ