ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିଲା ଚାଉଳ ଏଟିଏମ୍‌ । ଆଜି ଭୁବନେଶ୍ବରସ୍ଥିତ ମଞ୍ଚେଶ୍ୱର ଚାଉଳ ଗୋଦାମରେ ରାଇସଅନ୍ନପୂର୍ତ୍ତି ଚାଉଳ ଏଟିଏମ୍‌ ଉଦଘାଟନ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ଵରରୁ ସେବା ଆରମ୍ଭ ହୋଇଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ରାଇସ ଏଟିଏମ ଆରମ୍ଭ ହୋଇଛି । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍‌ କାର୍ଡ ଦିଆଯିବ । ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ ଉପଲବ୍ଧ ହେବ ।ସେହିପରି ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି କାର୍ଡ ବ୍ୟବହାର ହୋଇପାରିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ଚାଉଳ ଏଟିଏମ୍‌ । ଫଳରେ ଲୋକେ ଆଉ ଡିଲରଙ୍କ ଦ୍ୱାରା ଠକାମୀର ଶିକାର ହେବେନି ।

Leave a Reply

Your email address will not be published. Required fields are marked *