ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲି କି  ନାହିଁ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର ଅଧିକାର ଥିଲା, ହେଲିନି। ଏବେ ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ସେଥିରେ ରାଜି । ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ କି କାହାକୁ ଅନୁରୋଧ କରି ମୋର ହେବାର ନାହିଁ ପିସିସି ସଭାପତି ହେବାର ନାହିଁ ।

ଅନ୍ୟପଟେ ରାମ କାଡ଼ାମ କହିଛନ୍ତି ପିସିସି ସଭାପତି ହେବା ପାଇ ଚର୍ଚ୍ଚାରେ କିଛି ନେତା ଅଛନ୍ତି । ଏନେଇ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଖୁବଶୀଘ୍ର ନାମ ଘୋଷଣା ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *