ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଲେ ଭାରତର ମନୁ ଭାକର । ଅଳ୍ପକେ ଭାରତ ହାତରୁ ଖସିଗଲା ଆଉ ଏକ ମେଡାଲ । ଭାରତକୁ ପ୍ୟାରିସ୍ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଦୁଇ ଦୁଇଟି ମେଡାଲ ଦେଇଥିବା ଷ୍ଟାର ଶୁଟର ମନୁ ଭାକର ନିଜ ତୃତୀୟ ମେଡାଲରୁ ଅଳ୍ପ ଦୂରରେ ରହିଯାଇଛନ୍ତି । ଏହି ଇଭେଣ୍ଟରେ ଦକ୍ଷିଣ କୋରିଆର ଜିନ ୟାଙ୍ଗ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଫ୍ରାନ୍ସର କ୍ୟାମିଲି ଜେଡର ଜ୍ଵିସ୍କି ରୌପ୍ୟ ଏବଂ ହଙ୍ଗେରୀର ଭେରୋନିକା ମେଜର ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ପୂର୍ବରୁ ସୁଟିଂରେ ୨ଟି ବ୍ରୋଞ୍ଜ ପଦକ ଜିତି ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ମନୁ ଭାକର ।

Leave a Reply

Your email address will not be published. Required fields are marked *