ଲିଭିଗଲା ପୂର୍ବ ଭାରତୀୟ କ୍ରିକେଟର ଅଂଶୁମାନ ଗାଇକୱାଡ଼ଙ୍କ ଜୀବନ ଦୀପ । ବ୍ଲଡ କ୍ୟାନସରରେ ଚାଲିଗଲା ଏହି ମହାନ କ୍ରିକେଟରଙ୍କ ଜୀବନ । ଲଣ୍ଡନର କଳିଙ୍ଗ କଲେଜ ହସ୍ପିଟାଲରେ ଅଂଶୁମାନ ଗାଇକୱାଡ ଚିକିତ୍ସିତ ହେଉଥିଲେ। ଲଣ୍ଡନରେ ଦୀର୍ଘ ସମୟ ବିତାଇବା ପରେ ସେ ଗତ ମାସରେ ଘରକୁ ଫେରିଥିଲେ। ଗାଇକୱାଡଙ୍କ ଚିକିତ୍ସା ପାଇଁ ବିସିସିଆଇ ୧ କୋଟି ଟଙ୍କା ଦେଇଥିଲା। ଏହା ସହିତ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟମାନେ ମଧ୍ୟ ଏହି କ୍ରିକେଟରଙ୍କୁ ସାହାଯ୍ୟର ହାତ ବଢାଇଥିଲେ ।

ପୂର୍ବତନ କ୍ରିକେଟରଙ୍କ ଏହି ଅବସ୍ଥା ସମ୍ପର୍କରେ ସନ୍ଦୀପ ପାଟିଲ ପ୍ରଥମେ ଅବଗତ କରାଇଥିଲେ । ପାଟିଲ କହିଥିଲେ ଯେ ଗାଇକୱାଡ ବର୍ଷେରୁ ଅଧିକ ସମୟ ଧରି ସାହସର ସହିତ କ୍ୟାନସର ସହ ଲଢେଇ କରୁଛନ୍ତି ।

Leave a Reply

Your email address will not be published. Required fields are marked *