ଗତ କିଛି ଦିନ ଧରି ଲଗାତର ଭାବେ ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବା ବେଳେ ପୁଣି ଆଜି ସମ୍ବଲପୁର ସରଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ତେବେ ବର୍ତ୍ତମାନସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ରେଲୱେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ମାଲବାହୀ ଟ୍ରେନଟି କଣ ପାଇଁ ଲାଇନଚ୍ୟୁତ ହେଲା ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରାଥମିକ ଅନୁସନ୍ଧାନ ପରେ ହିଁ ଘଟଣାର ପ୍ରକୃତ କାରଣ ଜାଣିହେବ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ଘଟଣାସ୍ଥଳରେ ରେଲୱେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *