ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ପାଇଲେନି ଲୋକେ । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇନାହାନ୍ତି। ଫଳରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୭ ହଜାର ୮୪୭ ପକ୍କା ଘର ନିର୍ମାଣ ଶେଷ ହୋଇଥିବା ବେଳେ ୫ ଲକ୍ଷ ୨୭ ହଜାର ୬୦୪ ଗୃହ ନିର୍ମାଣଧୀନ ରହିଛି। ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବାସ ପାଇଁ ଆବେଦନ କରି ଘର ଅପେକ୍ଷାରେ ଅଛନ୍ତି।

Leave a Reply

Your email address will not be published. Required fields are marked *