ନବୀନ ସରକାରରେ କିଭଳି ଟେଣ୍ଡର ଫିଲିଂ ହେଉଥୁଲା, ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏଠାରେ ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ପିସି ବନ୍ଦ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆହ୍ବାନ ଦେବା ପରେ ପିସି ରେଟ ବଢ଼ିଗଲା । ଲୋକ ଦେଖାଣିଆ କେତେକ ବ୍ଲକରେ ଭିଜିଲାନ୍ସ ଚଢ଼ାଉ ହେଲା । ମାତ୍ର ଫଳ ଘର ଶୂନ । ଠିକ ସେହିପରି ଇ-ଟେଣ୍ଡର ବ୍ୟବସ୍ଥା ସତ୍ତ୍ୱେ ନବୀନ ସରକାରଙ୍କ ଅମଳରେ ବ୍ୟାପକ ଟେଣ୍ଡର ଦୁର୍ନୀତି ହୋଇଛି। କଟକ ଜିଲାର ନୂଆପଡ଼ାରେ ବିଜୁ ସଭାଗୃହ ନିର୍ମାଣ ଟେଣ୍ଡରକୁ ଉଦାହରଣ ସ୍ଵରୁପ ନିଆଯାଇପାରେ।

ବିଜୁଙ୍କ ନାମରେ ଅନେକ ଯୋଜନା କରିଥିଲେ ନବୀନ ସରକାର। ବିଜୁ ପକ୍କାଘର ଆରମ୍ଭ କରି ବିଜୁ ପୋଖରୀ ପର୍ଯ୍ୟନ୍ତ । ଗଣିଲେ ବି ସରିବ ନାହିଁ । ଏହି ଧାରାରେ ନିର୍ବାଚନର ବର୍ଷକ ପୂର୍ବରୁ ସରକାର ଆରମ୍ଭ କଲେ ବିଜୁ ସଭାଗୃହ ଯୋଜନା । ଏଥିରେ ପାଠାଗାର ରହିବ ଏବଂ ଦକ୍ଷତା ତାଲିମ ଦିଆଯିବ । ଓଏସଆଇସି ଏହାର ନିର୍ମାଣ କାର୍ଯ୍ୟ କରିବ ଓଏସ୍ ଆଇସିର ରାଜନୈତିକ ଅଧ୍ଯକ୍ଷ ଥିଲେ ଚିନ୍ମୟ ସାହୁ। ଚିନ୍ମୟ ଛାତ୍ର କଂଗ୍ରେସରୁ ଯାତ୍ରା ଆରମ୍ଭ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଓଏସଆଇସି ପରିଚାଳନା ନିର୍ଦ୍ଦେଶକ ହେଲେ ଡି. ପ୍ରଶାନ୍ତ ରେଡୀ। ଡିଜିଏମ ଦାୟିତ୍ବ ତୁଲାଉଛତି ଅମରେଶ ରାଇତରାୟ । ସଚିବ ହେମନ୍ତ ଶର୍ମା ।

୨୦୨୩ ନଭେମ୍ବର-ଡିସେମ୍ବରରେ ନୂଆପଡ଼ା ବିଜୁ ସଭାଗୃହ ନିର୍ମାଣ ପାଇଁ ଓଏସ୍‌ଆଇସି ଟେଣ୍ଡର ଆହ୍ୱାନ କଲା। ଟେଣ୍ଟର ମୂଲ୍ୟ ଥିଲା ୧କୋଟି ୪୮ଲକ୍ଷ ୬୨ହଜାର ୯୫୬ ଟଙ୍କା। ଟେଣ୍ଡର ପାଇଁ ଆଗ୍ରହୀ ଥିଲେ ଖୋବ ଅଧ୍ଯକ୍ଷ ଚିନ୍ମୟ ସାହୁ । କିନ୍ତୁ ନିଜେ ଟେଣ୍ଡର ପକାଇପାରିବେ ନାହିଁ । ଅଭିଯୋଗ ଅନୁସାରେ ତାଙ୍କ ଆଶୀର୍ବାଦରେ ଟେଣ୍ଡର ପକାଇଥିଲେ। ପତିତପାବନ ଇନ୍‌ଫ୍ରା ଏନର୍ଜି । ଅନ୍ୟ ଜଣେ ସୌମ୍ୟରଞ୍ଜନ ନାୟକ ମଧ୍ୟ ଟେଣ୍ଟର ଭରିଥିଲେ। କିନ୍ତୁ ବିଭିନ୍ନ ଟେକନିକାଲ କାରଣରୁ ଏହି ଦୁଇ ଆବେଦନକାରୀ ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରୁ ନଥିବାରୁ ଦୁଇଟିଯାକ ଟେଣ୍ଡର ବିଡର୍ ଖାରଜ ହୋଇଯାଇଥିଲା। କିନ୍ତୁ ଓଏଆଇସି ଡିଜିଏମ୍ ଏବଂ ଏମ୍‌ଡି ବିଜଦ ନେତା ଚିନ୍ମୟଙ୍କୁ ଖୁସି କରିବାକୁ ଚାହୁଁଥିଲେ । ତେଣୁ ଦ୍ବିତୀୟ ଥର ବିଜୁ ସଭାଘର ପାଇଁ ଟେଣ୍ଡର ଆହ୍ବାନ କରାଗଲା। ପ୍ରଥମ ଟେଣ୍ଟରରେ ଅଯୋଗ୍ୟ ଘୋଷିତ ଉଭୟ ସଂସ୍ଥା ପୁଣି ଟେଣ୍ଡର ପକାଇଲେ । କିନ୍ତୁ ଏଥର ଆଉ ଜଣେ ଠିକାଦାର ଅମୀୟ କୁମାର ଜେନା ମଧ୍ୟ ଏଥିପାଇଁ ଟେଣ୍ଡର କରିଥିଲେ। ଅଭିଯୋଗ ଅନୁସାରେ ବିଜବପନ୍ଥୀ ଡିଜିଏମ୍ ନୂଆ ଟେଣ୍ଡର ନପକାଇବାକୁ ଅମୀୟଙ୍କୁ ତାଗିଦ କରିଥିଲେ । ତେଣୁ ଟେଣ୍ଡର ଫିଲ୍ମର ରୂପରେଖ ସ୍ପଷ୍ଟ ଥିଲା । ଦ୍ୱିତୀୟ ଥର ଟେଣ୍ଡର ଖୋଲାଯିବା ପରେ ଦେଖାଗଲା ଯେ, ସୌମ୍ୟରଞ୍ଜନ ଏବଂ ପତିତପାବନ ଇନଫ୍ରା ପୁଣି ଅଯୋଗ୍ୟ ଘୋଷିତ ହେଲେ । କେବଳ ରହିଲେ ଅମୀୟ। ଏହା ଓଏସ୍ଵାଇସି କର୍ତ୍ତୃପକ୍ଷଙ୍କୁ ଅଡୁଆରେ ପକାଇଥିଲା । କାରଣ ଚିନ୍ମୟଙ୍କୁ ସାହାଯ୍ୟ କରିବାକୁ ଅଫିସରମାନେ ପଣ କରିଥିଲେ ।

ଏଥିପାଇଁ ତୃତୀୟ ଥର ଟେଣ୍ଡର ଆହ୍ବାନ କରାଗଲା। ତୃତୀୟ ଟେଣ୍ଡରରେ କିନ୍ତୁ ପୂର୍ବରୁ ଆଯୋଗ୍ୟ ହୋଇଥିବା ଠିକାଦାର ଭାଗ ନେଲେ ନାହିଁ । ଅମୀୟଙ୍କୁ ଠିକା ମିଳିଲା କିନ୍ତୁ ଯେଉଁ ତଥ୍ୟ ବା ଅଭିଯୋଗ ସାମ୍ନାକୁ ଆସୁଛି ତାହା ଆହୁରି ଭୟଙ୍କର । ନିର୍ବାଚନ ଆଚରଣବିଧ‌ି ଲାଗୁ ହୋଇଗଲା ବୋଲି ଦର୍ଶାଇ ଅମୀୟଙ୍କୁ ୱାର୍କ ଅର୍ଡର ଦିଆଗଲା ନାହିଁ । କିନ୍ତୁ ନିୟମ ମୁତାବକ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଟେଣ୍ଡର ଚୂଡ଼ାନ୍ତ ହୋଇଥିଲେ କାର୍ଯ୍ୟାଦେଶ ଦେବାରେ କୌଣସି ପ୍ରତିବନ୍ଧକ ନାହିଁ । କାମ ୯୦ ଦିନ ଭିତରେ ଆରମ୍ଭ କରାଯାଇପାରେ ।

ଏବେ କ୍ଷମତା ବଦଳିଗଲା । ନବୀନ ସରକାର ଯାଇ ମୋହନ ସରକାର ଆସିଲେ । ଚିନ୍ମୟ ସାହୁ ଅଧ୍ଯକ୍ଷ ପଦରୁ ଚାଲିଗଲେଣି। କିନ୍ତୁ ଡି.ପି. ରେହୀ ଓ ଅମ ଅମରେଶ ରାଉତରାୟଙ୍କ ନବୀନ ପ୍ରୀତି ଯାଇନାହିଁ । କୌଣସି ଛାଲତରେ ଅମୀୟଙ୍କୁ ଏହି ଠିକା ନଦେବା ପାଇଁ ଅଡ଼ିବସିଛନ୍ତି ସେମାନେ । ଏବେ କହିବା ଆରମ୍ଭ କଲେଣି ଯେ ସରକାର ବଦଳିଗଲା, ତେଣୁ ବିଜୁ ସଭାଘର ଯୋଜନା ମଧ୍ୟ ବଦଳିଯିବ। ବିଜୁ ନାଁ ବଦଳିଯାଇପାରେ କିନ୍ତୁ ଯୋଜନା ବଦଳାଇ ଦେବାକୁ ଦେ ଓଏସ୍‌ଆଇସି ଏମିତି ତତ୍ପର ହୋଇପଡ଼ିଛି କାହିଁକି ?

ଏବେ ଅପେକ୍ଷା ସଚିବ ହେମନ୍ତ ଶର୍ମା କି ନିଷ୍ପରି ନେଉଛନ୍ତି ? ମାଳମାଳ ଟେଣ୍ଟର ଫିକ୍ସିଂ ହୋଇଛି ନବୀନ ସରକାରଙ୍କ ଅମଳରେ। ନାଁକୁ ଇ-ଟେଣ୍ଡର । ସର୍ବତ୍ର ଅଫିସରମାନଙ୍କ ମନମାନି । ମୋହନ ସରକାର ସେ ସବୁ ଅସଙ୍ଗତି ଦୂର କରି ପାରିବେ ତ ?

Leave a Reply

Your email address will not be published. Required fields are marked *