ଦୀର୍ଘ ୨୪ ବର୍ଷ କାଳ ଶାସନ କରି ବିଜେଡି ପ୍ରଥମ କରି ବିରୋଧୀ ଦଳର ଭୂମିକା ନିଭାଉଛି। ତେଣୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବା ପାଇଁ ବିଧାୟକଙ୍କୁ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ । ନିଜ ଦଳର ୫୦ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାରଙ୍କ କାର୍ଯ୍ୟ ଉପରେ ତୀକ୍ଷ୍ଣ ରଖିବାକୁ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ। ବିଜେଡି ବିଧାନସଭାରେ ସକ୍ରିୟ ବିରୋଧୀ ଭାବେ କାମ କରିବ। ଠିକ୍ ଭାବେ ଦାୟିତ୍ବ ନିର୍ବାହ ପାଇଁ ନବୀନ ଏଭଳି ଯୋଜନା କରିବା ସହ ରଣନୀତି ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସଂପୃକ୍ତ ବିଭାଗ ଉପରେ ଆଲୋଚନା କରିବେ। Post navigation କଳାବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରକୁ ପ୍ରବେଶ ସହ ଦର୍ଶନ ମନା