ଆସନ୍ତା କାଲି ରଥଯାତ୍ରା । ରାତି ପାହିଲେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜି ରଥଖଳାରେ ପ୍ରସ୍ତୁତ ୩ ରଥ ପାଇଁ ଆଜ୍ଞାମାଳ ବିଜେ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ । ଏହାପରେ ପ୍ରଭୁ ବଳରାମଙ୍କ ରଥ ତାଳଧ୍ୱଜକୁ ସିଂହଦ୍ୱାର ଅଭିମୁଖେ ଟଣାଯାଉଛି। ସକାଳୁ ପଟ୍ଟିଦିଅଁଙ୍କ ସକାଳ ଧୂପ ଶେଷ ହେବା ପରେ ୩ଜଣ ପୂଜାପଣ୍ଡା ସେବକ ତିନୋଟି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯାଇଥିଲେ। ଏବଂ ପରେ ରଥଯାତ୍ରା ପାଇଁ ନିର୍ମାଣ କରାଯାଇଥିବା ରଥଗୁଡ଼ିକରେ ଆଜ୍ଞାମାଳ ଲାଗି କରାଯାଇଥିଲା । ଦାରୁବ୍ରହ୍ମ ଅନବସର ଘରେ ଥିବାରୁ ପଟ୍ଟିଦିଅଁଙ୍କଠାରୁ ଆଜ୍ଞାମାଳ ନେଇ ରଥ ଗୁଡ଼ିକୁ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। Post navigation ନିଟ୍ ୟୁଜି କାଉନସେଲିଂକୁ ଘୁଞ୍ଚାଇଲେ କର୍ତ୍ତୃପକ୍ଷ କୁସୁମା କଟେଜ୍କୁ ହାତକୁ ନେବ ଜିଲ୍ଲା ପ୍ରଶାସନ