ଆସନ୍ତା ୭ ଓ ୮ ତାରିଖ ଦୁଇଦିନ ଧରି ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ଆଶିଷ ଲାଭ କରିବାକୁ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ ମଣ୍ଡଳୀ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ସେବାୟତଙ୍କ ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଆସି ରଥଯାତ୍ରାରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଟାଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ। Post navigation ଓଡ଼ିଶାର କିଛି ଅଲଗା ପ୍ରସଙ୍ଗ: ସର୍ପ ଦଂଶନ, ବଜ୍ରପାତ, ମଣିଷ-ପଶୁ ଲଢ଼େଇ ମୁଖ୍ୟମନ୍ତ୍ରୀ-ସଚିବ ବୈଠକ: ନିର୍ବାଚନ ପ୍ରତିଶୃତି ପାଳନ ଉପରେ ଗୁରୁତ୍ବ