ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ୬ ତାରିଖରେ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏ ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହୋଇଛି। ୬ରେ ପ୍ରଥମ ବୈଠକ ବସି କେଉଁଭାଳି କାର୍ଯ୍ୟ ଆଗକୁ ଯିବା ସେ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ। କେଉଁ ପ୍ରକ୍ରିୟାରେ ଗଣତି ହେବ ଓ କେଉଁ ଏଜେନ୍ସି ସାମିଲ ହେବେ ସେ ନେଇ ନିଶ୍ପାତ୍ତି ହେବ।

Leave a Reply

Your email address will not be published. Required fields are marked *