ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସରେ GA ଅଧିକାରୀ। ୩ ଅଧିକାରୀ ବବିଙ୍କ କ୍ୱାର୍ଟର୍ସ ଭିତରକୁ ଯାଇଥିଲେ। ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଭିତରେ ବୁଲିଲେ ଜିଏ ଅଧିକାରୀ। ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି। କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବବିଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀଙ୍କ ବଡ଼ ସୂଚନା। ନିର୍ମାଣ ପାଇଁ ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି କହିଲେ ଜିଏ ଅଧିକାରୀ । କ୍ୱାର୍ଟର୍ସ ପରିସରରେ ଦୁଇଟି ବଡ଼ କୋଠା ନିର୍ମାଣ କରାଯାଇଛି।

ଭଙ୍ଗା ଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ୍ ବବି ଦାସଙ୍କ ସରକାରୀ କ୍ବାର୍ଟର୍ସ । ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାର ବଡ଼ ପ୍ରମାଣ। ଭୁବନେଶ୍ବରସ୍ଥିତ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିସାନ ବଙ୍ଗଳା। ବବି ଦାସଙ୍କ ସରକାରୀ ବାସଭବନରୁ ଏକ୍ସକଲୁସିଭ୍ ଚିତ୍ର। ସରକାରୀ କ୍ବାର୍ଟର୍ସ ଅଣ୍ଡରଗ୍ରାଉଣ୍ଡରେ ବବି ଦାସଙ୍କ ଆଲିସାନ ବଙ୍ଗଳା । ବଙ୍ଗଳା ଭିତରେ ଅତ୍ୟାଧୁନିକ ସୁବିଧା ସହ ରହିଛି ପଞ୍ଚତାରକା ହୋଟେଲ ଭଳି ସୁବିଧା। କୋଟି କୋଟି ଟଙ୍କାରେ ତିଆରି ହୋଇଥିଲା ବଙ୍ଗଲା । ଲୋକ ଓ ମେସିନ୍ ଲଗାଇ ଚାଲିଛି ଭଙ୍ଗାରୁଜା । କାହା ଅନୁମତି ନେଇ ଏତେ ଟଙ୍କାରେ ହୋଇଥିଲା ନିର୍ମାଣ ।

ଭୁବନେଶ୍ୱରର ସରକାରୀ କ୍ୱାର୍ଟର୍ସର ଯେଉଁ ଅଣ୍ଡରଗ୍ରାଉଣ୍ଡ ଆଲିଶାନ କୋଠା ଥିଲା ସେଠାକୁ ସର୍ବସାଧାରଣ ଏପରିକି ବିଜେଡି ନେତାମାନଙ୍କ ପ୍ରବେଶ ବାରଣ ଥିଲା। ସେହି କୋଠାରେ ସୋଫା, ବେଡ୍, ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । କେବଳ ଏତିକି ନୁହେଁ, ସେହି କ୍ୱାର୍ଟର୍ସ ମଧ୍ୟରେ ପ୍ରଣବଙ୍କ ପରିବାରର ମାଲିକାନାରେ ଥିବା ପ୍ରାୟ ୨୫ରୁ ଅଧିକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିଲା । ସରକାରୀ କ୍ୱାର୍ଟର୍ସଠୁ ମାତ୍ର ୫୦୦ ମିଟର ଦୂରରେ ପ୍ରଣବଙ୍କ ନିଜସ୍ୱ ଘର ଥିଲେ ମଧ୍ୟ ସେ କେବଳ ନିଜର ପତିଆରା ଦେଖାଇବା ପାଇଁ ଏହି ସରକାରୀ କୋଠାକୁ ନେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୬ ତାରିଖରେ ଯେଉଁ ଚିଠି ନମ୍ବର-୧୬୬୮୭ରେ ପ୍ରଣବଙ୍କୁ ଭିଆଇଆଇଆଇ-ଏମଆର-ଏ କ୍ୱାର୍ଟର୍ସକୁ ଆବଂଟନ କରିଥିଲା ସେଥିରେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢ଼ା କାର୍ଯ୍ୟ ନକରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା । ତା’ ଛଡ଼ା ଇଷ୍ଟେଟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବାସଭବନ ଆବଂଟନ କମିଟିଙ୍କ ସହମତି ମଧ୍ୟ ରହିଥିଲା । ଏହି କ୍ୱାର୍ଟର୍ସ ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ମୋଟ ୯.୩୭ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି । ତେବେ ବବିଙ୍କ ଘର ଏବେ ଭଙ୍ଗାଯାଉଥିବାରୁ ଚର୍ଚ୍ଚା ଜୋର ।

ଆଲିସାନ ବଙ୍ଗଳା ଭଙ୍ଗା ଖବର ପ୍ରସାରଣ ମଧ୍ୟରେ ସଫେଇ ଦେଇଛନ୍ତି ବବି ଦାସ। ତାଙ୍କ କହିବା କଥା ମୁଁ ଯେମିତି ନେଇଛି, ସେମିତି ଫେରାଇବି। ଅର୍ଥାତ୍ ସରକାରୀ କ୍ୱାର୍ଟର୍ସକୁ ଯେଭଳି ନିଆଯାଏ, ସେଭଳି ଫେରାଯାଏ । ନିୟମ ଅନୁସାରେ ଭଙ୍ଗାଯାଉଛି ।

ଜିଏ ବିଭାଗ ନୋସିଟ୍ କରିଥିଲେ, ୧୫ ସୁଦ୍ଧା କ୍ୱାର୍ଟର୍ସ ଛାଡି ଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସା ଉଠା ପାଇଁ କ୍ୱାର୍ଟର୍ସ ଏକ୍ସଟେନସନ୍ କରିଥିଲି । ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡିବେ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ବୋଲି କହିଛନ୍ତି ବବି ଦାସ ।

ତେବେ ଏଠି ପ୍ରଶ୍ନ ଉଠୁଛି, କ୍ୱାର୍ଟର୍ସ ନିର୍ମାଣ କରିବାକୁ ଜିଏ ଅନୁମତି ଦେଇଥିଲା କି ? ସରକାରୀ କ୍ୱାର୍ଟର୍ସ ଭିତରେ ଏ ଆଲିସାନ ବଙ୍ଗଳା କାହା ଅନୁମତିରେ କଲେ ଆଉ କାହା ଅନୁମତିରେ ଭାଙ୍ଗିଲେ ।

Leave a Reply

Your email address will not be published. Required fields are marked *