ନଦୀରେ ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ।ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପ୍ରବାହିତ ହେଉଥିବା ରାଜୁଆ ନଦୀରେ ଦେଖିବାକୁ ମିଳିଛି ମାଛ ମଡ଼କ । ଦୂଷିତ ପାଣି ଯୋଗୁଁ ମାଛ ମରୁଥିବା ଅନୁମାନ କରାଯାଉଛି ।

କୁହାଯାଉଛି କି ଭୁବନେଶ୍ବର ଓ କଟକରୁ ଆସୁଥିବା ଡ୍ରେନ ପାଣି ଓ ଅଳିଆ ଆବର୍ଜନା ଗଙ୍ଗୁଆ ନାଳ ଦେଇ ଆସୁଥ‌ିବା ନିର୍ଗତ ଅଳିଆ ଆବର୍ଦ୍ଧନା, ବର୍ଜ୍ୟବସ୍ତୁ ସିଧାସଳଖ ଦୟା ନଦୀରେ ମିଶିବା ଫଳରେ ତାର ଶାଖା ନଦୀ ରାଜୁଆ, ମଲାଗୁଣୀ, ମକରା ଆଦି ବିଭିନ୍ନ ନଦୀର ଜଳ ଦୂଷିତ ହେବା ସହ ବିଷାକ୍ତ ହେବାରେ ଲାଗିଛି । କଣାସ ବ୍ଲକର ୨୮ଟି ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ନଦୀ ଉପରେ ନିର୍ଭର କରନ୍ତି । ନଦୀ ଜଳ ଏବେ ବିଷ ବଳୟ ପାଲଟିଛି । ଲୋକମାନେ ଅନେକ ସମୟରେ ସେହି ପାଣିକୁ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରାଯାଉଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *