ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ନୂତନ ଭାବେ ଦାୟିତ୍ୱଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି ।ବୈଠକରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ ଦିଆଯାଇଛି ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ସୂଚନା । ସେ କହିଛନ୍ତି ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ବୈଠକରେ ଚୂଡ଼ାନ୍ତ କରାଯାଇଛି । କାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ ।

ଆଉ ମଧ୍ୟ ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ସରିବ ପହଣ୍ଡି । ଅପରାହ୍ନ ୪ଟାରେ ଆରମ୍ଭ ହେବ ଗଜପତିଙ୍କ ଦ୍ୱାରା ଛେରାପହଁରା । ଚଳିତବର୍ଷ ୪ଟା ୩୦ରେ ରଥରୁ ଚାର ଫିଟା, ଘୋଡ଼ା ସାରଥି ଲାଗିବେ । ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ନେଇ ସମୟ ନିର୍ଘଣ୍ଟ ହୋଇଛି ।

ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ନିଯୋଗ ସଦସ୍ୟ ସାମିଲ ରହିଛନ୍ତି ।

Leave a Reply

Your email address will not be published. Required fields are marked *