ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କ୍ରମରେ ପ୍ରଥମେ ସେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ।

ମା’ ତାରିଣୀଙ୍କ ପୀଠ ଯେପରି ସାରା ଦେଶରେ ବ୍ୟାପକ ହୋଇପାରିବ ଓ ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀ ହୋଇପାରିବ, ସେଥିପାଇଁ ଏ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମାଝୀ କହିଥିଲେ। ତାରିଣୀ ପୀଠର ବିକାଶ ଓ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଅପିଲ କରିବେ। ଏବେ ପୀଠର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିମୟରେ କାମ ଚାଲିଛି। ଏହାକୁ ପରିପୂର୍ଣ୍ଣ କରିବାକୁ ଅଧିକ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପୀଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ୧୦୦ କୋଟିର ଏହି ବଜେଟକୁ ଯଥାଶୀଘ୍ର ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *