କ୍ରୀଡାର ପ୍ରୋତ୍ସାହନ ପାଇଁ ଓଡ଼ିଶାର ନୂଆ ସରକାର ବଡ଼ ଘୋଷଣା କରିଛନ୍ତି। ୨୦୩୬ ଯାଏ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ରହିବ । ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା । ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି ଆଉ ୩ବର୍ଷ ବୃଦ୍ଧି କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ।

ସୂଚନା ଅନୁସାରେ, ଓଡ଼ିଶା ୨୦୧୮ ମସିହାରୁ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିଛି । ଏହା ପୂର୍ବରୁ ଓଡ଼ିଶା ଖଣି ନିଗମ (ଓଏମସି) ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକତା ଥିଲା । ଏଥି ପାଇଁ ହକି ଇଣ୍ଡିଆ ସହିତ ଚୁକ୍ତି କରିଥିଲା ଓଏମସି । ଚୁକ୍ତିକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆ ଅଧ୍ୟକ୍ଷ ଅନୁରୋଧ କରିଥିଲେ । ଏହି କ୍ରମେ ଓଏମସି ପୂର୍ବ ରାଜ୍ୟ ସରକାରଙ୍କ ଅନୁମୋଦ ଲୋଡିଥିଲା । ଫଳରେ ଓଏମସି ବର୍ତ୍ତମାନ ଆଉ ୧୦ ବର୍ଷ ଭାରତୀୟ ଜାତୀୟ ହକି ଦଳର ପ୍ରୟୋଜକ ରହିଛି । ଅର୍ଥାତ ୨୦୨୩ ଫେବୃଆରୀ ୧ ତାରିଖରୁ ୩୧ ଜାନୁଆରୀ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ଓଡ଼ିଶା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଓଡ଼ିଶାକୁ ୧୦୦ବର୍ଷ ପୁରୁଥିବାରୁ ଚୁକ୍ତି ଆଉ ୩ବର୍ଷ ବୃଦ୍ଧି କରିଛନ୍ତି ଓଡ଼ିଶାରେ ନୂଆ ଶାସନରେ ବସିଥିବା ରାଜ୍ୟସରକାର ।

Leave a Reply

Your email address will not be published. Required fields are marked *