ନିର୍ଭୟ ମିଡିଆ, ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଶପଥ ନେଇଥିବା ମନ୍ତ୍ରୀମଣ୍ଡଳରେ ଗତ ବିଧାନସଭାରେ ବିରୋଧିଦଳ ନେତା ଜୟନାରାୟଣଙ୍କୁ ମିଶ୍ରଙ୍କୁ ସାମିଲ କରାଯାଇନଥିବାରୁ ସେ ନାରାଜ ହୋଇଛନ୍ତି । ଜନତା ମଇଦାନରେ ବୁଧବାର ଭାଜପା ପ୍ରଥମ ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଶପଥ ନେଇଛନ୍ତି । ଜୟନାରାୟଣ ମିଶ୍ର କୋଭିଡ଼୍ ମହାମାରୀ ପରେ ବିରୋଧିଦଳ ନେତା ହେବା ପରେ ରାଜ୍ୟରେ ବିରୋଧିଦଳ ଥିବାର ଅନୁଭବ ହୋଇଥିଲା । ଏପରିକି ଭାଜପା ରାଜ୍ୟରେ ଥିବା ବିଜଦ ସରକାରଙ୍କ ଅନୈତିକ କାମକୁ ବିରୋଧ କରୁଛି ବୋଲି ମତଦାତାମାନେ ଜାଣିବାକୁ ପାଇଥିଲେ । ଏହାଛଡ଼ା ରାଜ୍ୟରେ ୫ଟି ପ୍ରହେଳିକା ବିରୋଧରେ ଜୟନାରାୟଣ ବିଧାନସଭାରେ ଉଠାଇବା ପରେ ସରକାର ଅପଦସ୍ତ ହୋଇପଡ଼ିଥିଲେ । ସରକାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନ ହେଲେ ଉପମୁଖ୍ୟମନ୍ତ୍ରୀ ପଦବୀ ଦେବାକୁ ସେ ଦଳୀୟ ବୈଠକରେ ଅଡ଼ି ବସିଥିଲେ । କିନ୍ତୁ ତାଙ୍କ ଦାବିକୁ ଦଳ ନ ଶୁଣିବାରୁ ସେ ନାରାଜ ଥିବା ଜଣାପଡ଼ିଛି । ମନ୍ତ୍ରୀମଣ୍ଡଳରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ସାମିଲ ହେବେ ବୋଲି ତାଙ୍କ ସମର୍ଥକମାନଙ୍କ ସହିତ ରାଜ୍ୟର ଭାଜପା କର୍ମୀମାନେ ଆଶାବାନ୍ଧି ବସିଥିଲେ । କିନ୍ତୁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇନଥିବାରୁ ତାଙ୍କ ସମର୍ଥକ ମହଲରେ ନୈରାଶ୍ୟ ଖେଳିଯାଇଛି । ଏ ସମ୍ପର୍କରେ ‘ନିର୍ଭୟ’କୁ ସୂଚନା ଦେଇ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୋ ପରିବାରକୁ ପାସ ମିଳିପାରିଲା ନାହିଁ । ତେଣୁ ମୁଁ ଶପଥ ଗ୍ରହଣ ଉତ୍ସବକୁ ଯିବାକୁ ଉଚିତ ମନେ କଲିିନାହିଁ । Post navigation ମୋହନଙ୍କ ଚାରିପାଖେ ଖଣି ମାଫିଆ ଲକ୍ଷ୍ମଣଙ୍କୁ କାଟି ସମ୍ପଦଙ୍କୁ ସାମିଲ୍ କଲା କିଏ?