ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ ର ଷଷ୍ଠ ପର୍ଯ୍ୟାୟରେ ୧୧୨- ଭୁବନେଶ୍ୱର ମଧ୍ୟ , ୧୧୩- ଭୁବନେଶ୍ୱର-ଉତ୍ତର, ୧୧୪-
ଭୁବନେଶ୍ୱର-ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୦ ପ୍ରତିଶତ ଉପରେ ରହିଛି । ଏହି ସମସ୍ତ ବିଧାନସଭା ନିର୍ବାଚନ
ମଣ୍ଡଳୀରେ ୨୦୧୯ ଏକକାଳୀନ ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ବୃଦ୍ଧି ପାଇଛି।

୨୦୧୯ରେ ଭୁବନେଶ୍ୱର ମଧ୍ୟ – ୪୩.୨୫%,  ୨୦୨୪ରେ ୫୧.୨୮%
୨୦୧୯ରେ ଭୁବନେଶ୍ୱର-ଉତ୍ତର – ୪୫.୩୯%,  ୨୦୨୪ରେ ୫୩.୯୩%
୨୦୧୯ରେ ଭୁବନେଶ୍ୱର-ଏକାମ୍ର – ୪୭.୬୪%,  ୨୦୨୪ରେ ୫୬. ୪୨%

ଏହିଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏହିସ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
କରିଥିବା ସମସ୍ତ ମତଦାତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭୁବନେଶ୍ୱରରେ ମତଦାନ ହାର ବୃଦ୍ଧି ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅନେକ ଜନ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ସମସ୍ତ ଅଂଚଳର ସମସ୍ତ ବର୍ଗର ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଏକାଦିକ୍ରମେ ଭାେଟରସଚେତନ ବାର୍ତ୍ତା ସୃଷ୍ଟି, ମତଦାତା ମାର୍ଗଦର୍ଶିକା ବଣ୍ଟନ ଆଦି କାର୍ଯ୍ୟକ୍ରମ ସବୁଗ୍ରହଣ କରାଯାଇଥିଲା ।

By SonaliP

Leave a Reply

Your email address will not be published. Required fields are marked *