କୋଲକାତାରେ ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହୋଇପାରେ । କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର । ଏହି ଅନୁଯାୟୀ ପଶ୍ଚିମବଙ୍ଗରେ ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ ଠିଆ ହେବା ଉପରେ ପ୍ରତିବନ୍ଧକ ଲଗାଯିବ। କୋଲକାତା ପୋଲିସ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ସହରରେ ହିଂସାତ୍ମକ ପ୍ରଦର୍ଶନ ହେବାର ସମ୍ଭାବନା ରହିଛି, ଯାହା ଦ୍ୱାରା ଜନସାଧାରଣଙ୍କ ଶାନ୍ତି ବିପର୍ଯ୍ୟସ୍ତ ହୋଇପଡ଼ିବ। ୫ କିମ୍ବା ଅଧିକ ବ୍ୟକ୍ତିଙ୍କ କୌଣସି ବେଆଇନ ସଭା ଉପରେ ନିଷେଧାଦେଶ ଆସନ୍ତା ୨୮ରୁ ଜୁଲାଇ ୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋକୁ ରୋକିବା ପାଇଁ ଏହା କରାଯାଉଛି ବୋଲି ଭାଜପାର ରାଜ୍ୟ ୟୁନିଟ୍ କହିଛି। ବଙ୍ଗଳା ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ବନ୍ଦ କରିବା ଏକ ନିରାଶା ପଦକ୍ଷେପ। Post navigation ହନିଟ୍ରାପରେ ଫସାଇ ବାଂଲାଦେଶ ସାଂସଦଙ୍କୁ ହତ୍ୟା, ମୃତଦେହ କାଟିଥିବା କଂସେଇ ଗିରଫ ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ