ଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେ ୭୩.୫୦% ଭୋଟିଂ ରେକର୍ଡ ହୋଇଛି । ମତଦାନ ପରେ ଇଭିଏମରେ ସିଲ୍‌ ହୋଇଛି ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ । ସେଥିମଧ୍ୟରୁ ୨୨୪ପୁରୁଷ ପ୍ରାର୍ଥୀ ଥିବା ବେଳେ ୪୧ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ଵ କରୁଥିବା ଦୁଇଟି ଆସନରେ ମଧ୍ୟ ଭୋଟ ଗ୍ରହଣ ହୋଇଛି । ଭଟିଲି ରେ ସର୍ବାଧିକ ୮୪.୧୧% ମତଦାନ ହୋଥିବା ବେଳେ କଣ୍ଟାମାଳରେ ୮୩.୯୯% ମତଦାନ ହୋଇଛି । କଣ୍ଟାମାଳରେ ୨ଟି ବୁଥରେ ଗଣ୍ଡଗୋଳ ହୋଇଥିବାରୁ ଆଜି ସାନି ମତଦାନ ହେବ । ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ କମ ମତଦାନ ହୋଇଛି ।

ବରଗଡ଼ ସଂସଦୀୟ କ୍ଷେତ୍ରରେ ୭୯.୭୮ % ମତଦାନ ହୋଇଥିବା ବେଳେ ଆସ୍କାରେ ୬୨.୬୭%, କନ୍ଧମାଳ ୭୪.୧୩%, ବଲାଙ୍ଗୀରରେ ୭୭.୫୨% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୭୩.୦୨ % ମତଦାନ ହୋଇଛି। ପ୍ରବଳ ଖରା ସତ୍ତ୍ୱେ ବୁଥରେ ଭୋଟର ଶୃଙ୍ଖଳିତ ଭାବେ ମତଦାନ କରିଥିଲେ ।

By SonaliP

Leave a Reply

Your email address will not be published. Required fields are marked *