ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା। ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିପ୍ରକାଶଙ୍କ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଥିବା ଜଣା ପଡ଼ିଛି। ବିଜେଡି ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ଜ୍ୟୋତିପ୍ରକାଶ।
ତେବେ ଏଥର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ଜ୍ୟୋତିପ୍ରକାଶ ଅସନ୍ତୁଷ୍ଟ ଥିବା ବେଳେ ତାଙ୍କ ସମର୍ଥକମାନେ ଏହାକୁ ସହଜେ ଗ୍ରହଣ କରି ପାରୁ ନ ଥିଲେ। ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପୂର୍ବରୁ ଗତ ୧୯ ତାରିଖରେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ି ସାରିଛନ୍ତି। ଟିକେଟ ନ ମିଳିବାରୁ ସେ ବି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି।