He was found at the crime scene

ବରଗଡ଼ : ରାଜ୍ୟରେ ନିର୍ବାଚନ ହିଂସା ବଢିବାରେ ଲାଗିଛି, ସଦର ଥାନା ସରସରା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।

ଅଟୋ ଚାଳକ ଜଣକ ହେଲେ ବିଶ୍ୱନାଥ ମିର୍ଧା  । ସେ କିଛି ଭୋଟରଙ୍କୁ  ଅଟୋରେ ଧରି ଯିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଅଟୋ ଚାଳକ ଜଣକ ମଦ୍ୟପାନ କରିଥିବା ଜଣା ପଡିଛି । କେଉଁମାନେ ହତ୍ୟା କରିଛନ୍ତି ଓ ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି ।

ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ କାରଣ ରହିଛି ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ପଚରା ଉଚରା କରୁଛି ।

By SonaliP

Leave a Reply

Your email address will not be published. Required fields are marked *