ଭୁବନେଶ୍ୱର: ନିର୍ବାଚନ ଲଢ଼ିବେ ବରିଷ୍ଠ ନେତାଦିଲ୍ଲୀପ ରାୟ। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବସ୍ତ୍ୟ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଚଳିତ ନିବାର୍ଚନ ଲଢ଼ିବେ । କୋର୍ଟର ରହିତାଦେଶ ପରେ ଦିଲ୍ଲୀପଙ୍କୁ ମିଳିଲା ଆଶ୍ଵସ୍ତି । ୧୯୯୯ ମସିହାରେ ଝାଡ଼ଖଣ୍ଡ ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ଦିଲ୍ଲୀପ ରାୟ ଏବେ ୨୦୨୪ ନିର୍ବାଚନ ଲଢ଼ିବେ । ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲା ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ରହିତାଦେଶ ନେଇ ଖବର ସରବରାହ ସୂତ୍ରରୁ ସୂଚନା ମିଳିଛି । ତେବେ ଦିଲ୍ଲୀପ ଏଥର ପୁଣିଥରେ ରାଉରକେଲାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ କୋର୍ଟଙ୍କ ଆଶ୍ୱସ୍ତି ଦିଲ୍ଲୀପଙ୍କ ପାଇଁ ଖୁସି ଖବର ଆଣିଦେଇଛି । ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଦିଲ୍ଲୀପଙ୍କୁ କୋଇଲା ଦୁର୍ନୀତି ମାମଲାରେ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ । ଏଥିରେ ଦିଲ୍ଲୀପଙ୍କୁ କୋର୍ଟ ପକ୍ଷରୁ ୩ ବର୍ଷ ଜେଲ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏହାପରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଦିଲ୍ଲୀପ । ଖୁବ ଶୀଘ୍ର ଦିଲ୍ଲୀପ ବିଜେପିରେ ଯୋଗ ଦାନ କରି ରାଉରକେଲାରୁ ବିଧାନସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି । Post navigation ସରକାରୀ କର୍ମଚାରୀଙ୍କୁ ECI ନାଁ ରେ ଧମକ ଦେଉଛି ରାଜ୍ୟ ବିଜେପି: ସସ୍ମିତ ପାତ୍ର କଂଗ୍ରେସ ଭବନରେ ହାଇଡ୍ରାମା