ଆଜି କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ବନକଲାଗି ହେଉଛି ଶ୍ରୀମନ୍ଦିରର ଏକ ଗୁପ୍ତ ଏବଂ ପରମ୍ପରାଗତ ସେବା, ଯେଉଁଥିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହି ସମୟରେ ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନକୁ ଯାଇ ଏହି ନୀତି ସମ୍ପାଦନ କରିଥାଆନ୍ତି। ଏହି ସମୟ ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହୁଥିବାରୁ, ମନ୍ଦିର ପ୍ରଶାସନର ନିୟମ ଅନୁଯାୟୀ ନିଜର ଦର୍ଶନ ସମୟ ସୂଚୀ ସ୍ଥିର କରିବାକୁ ଅନୁରୋଧ କରାଯାଇଛି।

 

 

Leave a Reply

Your email address will not be published. Required fields are marked *