Jaundice Scare at Utkal University Hostels: Mid-Semester Exams Postponed Indefinitely

ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନେ ଝାଡ଼ାବାନ୍ତି ଓ ଜଣ୍ଡିସ୍‌ରେ ଆକ୍ରାନ୍ତ ହେବା ପରେ କ୍ୟାମ୍ପସରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ବିଶେଷ କରି ୬ ଓ ୭ ନମ୍ବର ମହିଳା ହଷ୍ଟେଲରେ ଏଭଳି ସଂକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।

ଅନ୍ୟପକ୍ଷରେ, ଜଣ୍ଡିସ୍ ବ୍ୟାପିବା ଘଟଣା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାହାର ଖାଦ୍ୟ ଖାଇବା ଉପରେ କଟକଣା ଲଗାଇଛନ୍ତି କର୍ତ୍ତୃପକ୍ଷ। ଗୁପ୍‌ଚୁପ୍‌, ଚାଟ୍ ଓ ଫାଷ୍ଟଫୁଡ୍ ଭଳି ବାହାର ଖାଦ୍ୟ ଖାଇବାକୁ ଛାତ୍ରୀଛାତ୍ରଙ୍କୁ ବାରଣ କରାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ସ୍ୱାତୀ ମିଶ୍ର ସୂଚନା ଦେଇଛନ୍ତି।

ଏଥିସହ ଗୋବିନ୍ଦ ସାହୁ ମାର୍କେଟ୍ ସମେତ ବିଶ୍ୱବିଦ୍ୟାଳୟ ଆଖପାଖରେ ଥିବା ଖାଦ୍ୟ ଦୋକାନଗୁଡ଼ିକର ଯାଞ୍ଚ କରାଯିବ। ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାରେ କୌଣସି ଅବହେଳା ଦେଖାଗଲେ ସମ୍ପୃକ୍ତ ଦୋକାନକୁ ତୁରନ୍ତ ବନ୍ଦ କରାଯିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। କ୍ୟାମ୍ପସରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବଜାୟ ରଖିବା ସହ ସଂକ୍ରମଣ ରୋକିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

By Nirvay

Leave a Reply

Your email address will not be published. Required fields are marked *