ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି। ନେଲୋର ଏବଂ ନରସାପୁର ମଝିରେ ତଥା ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁଥିବା ନେଇ ସୂଚନା ମିଳିଛି।

ଗତକାଲି ରାତି ୧ଟାରୁ ଏହି ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଥିଲା । ଏପରିକି ପବନର ଝଟ୍‌କା ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ପ୍ରଭାବରେ ଦକ୍ଷିଣ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ଓଙ୍ଗୋଲ ନିକଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତିା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସତର୍କତା ଅବଲମ୍ବନ କରାଯାଉଛି।

Leave a Reply

Your email address will not be published. Required fields are marked *