ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପ ପାଇଁ ଅନଲାଇନ୍ ଆବେଦନର ଅବଧିକୁ ଆଉ ଏକ ମାସ ବୃଦ୍ଧି କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୩୧ ରହିଥିବା ବେଳେ, ଏବେ ଏହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଫଳରେ ଆଗ୍ରହୀ ଆବେଦନକାରୀମାନେ ଆଉ ଏକ ମାସ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ ।

ସୂଚନାଯୋଗ୍ୟ, ୭.୩୪ ଏକର ଜମିରେ ଏକାମ୍ର ରେସିଡେନ୍ସି ନାମରେ ଏହି ଆଧୁନିକ ଆବାସିକ ପ୍ରକଳ୍ପ ନିର୍ମାଣ କରାଯାଇଛି । ଆଗ୍ରହୀ ଲୋକଙ୍କୁ ଆବେଦନ ପାଇଁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ BDA ପକ୍ଷରୁ ଏହି ଅବଧି ବୃଦ୍ଧି କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *