Odisha Records 4th-Highest Rainfall: Patrapur Receives 546 mm in 24 Hours

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ରେକର୍ଡ ହୋଇଛି ଅତି ପ୍ରବଳ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୫୪୬ ମିଲିମିଟର ବର୍ଷା ହୋଇଛି, ଯାହା ଓଡ଼ିଶାର ବର୍ଷା ରେକର୍ଡ ଇତିହାସରେ ଚତୁର୍ଥ ସର୍ବାଧିକ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ।

SRCଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ଏହା ପୂର୍ବରୁ ୧୯୯୧ ମସିହାରେ ଥୁ.ରାମପୁରରେ ୮୨୫ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା, ଯାହା ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ବର୍ଷାର ରେକର୍ଡ। ସେହିପରି ୨୦୧୯ରେ କର୍ଲାମୁଣ୍ଡାରେ ୬୦୮ ମିଲିମିଟର ଏବଂ ବଲାଙ୍ଗିରରେ ୫୫୫ ମିଲିମିଟର ବର୍ଷା ହୋଇଥିଲା।

ଏଥର ପାତ୍ରପୁରରେ ୫୪୬ ମିଲିମିଟର ବର୍ଷା ସହ ରାଜ୍ୟର ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଅତିପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ପରି ସ୍ଥିତି ସୃଷ୍ଟି ହୋଇଥିବା SRC କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *