ଜନଗଣନା ଆସନ୍ତା ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ସଂଶୋଧନ ପର୍ଯ୍ୟାୟ ଅନୁଷ୍ଠିତ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଅକ୍ଟୋବର ୩୦ ତାରିଖରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଘରକୁ ଘର ବୁଲି ଜନସଂଖ୍ୟା ଗଣନା ଆରମ୍ଭ ହେବା ପୂର୍ବରୁ ଜାନୁଆରୀ ୧୦ରୁ ୨୪ ତାରିଖ ମଧ୍ୟରେ ଲୋକମାନେ ସ୍ୱ-ଗଣନା (Self-Enumeration) କରିବାର ସୁଯୋଗ ପାଇବେ ।

ତେବେ ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଏହି ସମୟସୂଚୀ ଅନୁଯାୟୀ ଜନଗଣନା ହେବ ନାହିଁ । ସେହିପରି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ତୁଷାରାବୃତ ଅଣ-ସମକାଳୀନ ଅଞ୍ଚଳ ମଧ୍ୟ ଏହି ସୂଚୀରୁ ବାଦ୍ ପଡ଼ିଛି । ଏହି ଅଞ୍ଚଳଗୁଡ଼ିକରେ ପରବର୍ତ୍ତୀ ସମୟରେ ଜନଗଣନା କରାଯିବ ।

By Nirvay

Leave a Reply

Your email address will not be published. Required fields are marked *