ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆସନ୍ତା ଓଡ଼ିଶା ଗସ୍ତ ପୁଣିଥରେ ବାତିଲ୍ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗସ୍ତ ବାତିଲ୍ ହୋଇଥିବା ଜଣାପଡିଛି। ଏନେଇ ଆଜି ରାଇରଙ୍ଗପୁର ଏଡିଏମ୍‌ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଆସନ୍ତା ନଭେମ୍ବର ୩ ତାରିଖରୁ ଏକ ତିନି ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତ କରିବାର ଥିଲା। କିନ୍ତୁ ବର୍ତ୍ତମାନ ଏହି ଗସ୍ତକୁ ବାତିଲ୍ କରାଯାଇଛି। ଏହାପୂର୍ବରୁ ମଧ୍ୟ ଅକ୍ଟୋବର ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ରହିଥିବାବେଳେ ତାହା ମଧ୍ୟ ବାତିଲ୍ ହୋଇଥିଲା।

Leave a Reply

Your email address will not be published. Required fields are marked *