ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛନ୍ତି।

ବୈଠକ ପରେ ସୁରେଶ ପୂଜାରୀ କହିଛନ୍ତି ମାଲକାନଗିରି ବଦଳରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏହି ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ରିଲିଫ୍ ପହଞ୍ଚାଇବାକୁ ରାଜସ୍ୱ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ରିଲିଫ୍ ପହଞ୍ଚାଇବାକୁ ରାଜସ୍ୱ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗମ ଅଞ୍ଚଳଗୁଡ଼ିକରେ ଆକାଶମାର୍ଗରୁ ରିଲିଫ୍ ଦେବାର ବ୍ୟବସ୍ଥା କରାଯାଇଛି । ଏବଂ ପାଣିଘେର ଏବଂ ଅପହଞ୍ଚ ସ୍ଥାନରେ ଫସିରହିଥିବା ଲୋକଙ୍କ ନିକଟରେ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସହାୟତା ପହଞ୍ଚାଇବା ପାଇଁ ନାଉକା ବା ବୋଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଗଞ୍ଜାମ ଜିଲ୍ଲାର ମୋଟ ୨୧ଟି ସ୍ଥାନରେ ଏୟାର ଡ୍ରପିଂ କରାଯିବ। ଏଥିମଧ୍ୟରୁ ହିଞ୍ଜିଳିକାଟୁରେ ୩ଟି ସ୍ଥାନ ସମେତ ପୁରୁଷୋତ୍ତମପୁର, ଶେରଗଡ଼, ଧରାକୋଟ, ଆସିକା, ଭଞ୍ଜନଗର ପୌରାଞ୍ଚଳ, ବେଲଗୁଣ୍ଠା ଏବଂ ଚିକିଟିରେ ଏୟାର ଡ୍ରପିଂ କରାଯିବାର ବ୍ୟବସ୍ଥା ରହିଛି।

ଏହା ସହିତ, ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟଗୁଡ଼ିକୁ ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳର କୌଣସି ବି ବ୍ୟକ୍ତି ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *