ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଏହାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ୫ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼ଙ୍କ ସମେତ ବିଧାୟକ ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କୁ ଏହି ନୋଟିସ୍ କରାଯାଇଛି। ହାଇକୋର୍ଟ ଏହି ସମସ୍ତ ବିଧାୟକଙ୍କୁ ନୋଟିସ୍ର ଜବାବ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ସମସ୍ତ ବିଧାୟକମାନଙ୍କୁ ଆସନ୍ତା ଜାନୁଆରୀ ୧୧ରେ ହେବାକୁଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ନିଜର ଜବାବ ଦାଖଲ କରିବାକୁ ପଡ଼ିବ। Post navigation Floodwaters Surge Over Railway Tracks in Odisha: ଓଡ଼ିଶାରେ ରେଳ ଟ୍ରାକ୍ ଉପରେ ବନ୍ୟାଜଳ; ୯ଟି ଟ୍ରେନ୍ ବାତିଲ ଓ ୧୪ଟିର ଗତିପଥ ପରିବର୍ତ୍ତନ