ନଭେମ୍ବର ୧୮ରୁ ଓଡ଼ିଶାର ୧୭ତମ ବିଧାନସଭାର ଅଷ୍ଟମ ଅର୍ଥାତ୍ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ମୋଟ ୪୪ ଦିନର ଏହି ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଅଧିବେଶନର ଅସ୍ଥାୟୀ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୧୮ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ବିବରଣୀ ଉପସ୍ଥାପନ କରାଯିବ । ଏହି ଅତିରିକ୍ତ ବ୍ୟୟ ବିବରଣୀ ସମ୍ପର୍କିତ ଅନୁଦାନ ଉପରେ ନଭେମ୍ବର ୨୫, ୨୬ ଓ ୨୭ ତାରିଖରେ ଆଲୋଚନା ହେବ । ସେହିପରି, ୨୦୨୬-୨୭ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ବିବରଣୀ ସମ୍ପର୍କିତ ବିଲ୍ ନଭେମ୍ବର ୩୦ରେ ଆଗତ କରାଯିବ । Post navigation Odisha CM Reviews Cyclone Arnab Situation: : ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା: ୧୭ ଜିଲ୍ଲା ପ୍ରଭାବିତ, ଗଜପତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ Admission Fee Refund: ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ