ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ ନିଜର ପ୍ରଭାବ ଦେଖାଇବା ପରେ ସ୍ଥିତିର ତଦାରଖ ପାଇଁ ସ୍ୱେଶାଲ ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ସ୍ଥିତିର କଡ଼ା ଅନୁଧ୍ୟାନ କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଏସଆରସି ଏବଂ ଶାସନର ଅନ୍ୟାନ୍ୟ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏସଆରସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ଏସଆରସି, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ବାତ୍ୟାରେ ରାଜ୍ୟର ମୋଟ ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ଗଜପତି ଜିଲ୍ଲା ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କ୍ଷେତ୍ରସ୍ତରରେ କ୍ଷୟକ୍ଷତିର ଆକଳନ ଏବଂ ରିଲିଫ କାର୍ଯ୍ୟର ତଦାରଖ ପାଇଁ ୮ଜଣ ମନ୍ତ୍ରୀ ଏବଂ ୭ ଜଣ ଆଇଏଏସ ଅଧିକାରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥି ସହିତ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୋଟ ୩୧୩ଟି ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି। ପ୍ରଶାସନ ପକ୍ଷରୁ ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟା, ଗଛ ପଡ଼ି ରାସ୍ତା ଅବରୋଧ ହେବା ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଭଳି ଘଟଣାଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ସେ ଆଉ ମଧ୍ୟ କହିଛନ୍ତି ଏହି ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସହିତ ସମ୍ପୂର୍ଣ୍ଣ ସହଯୋଗରେ ଅଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଫୋନ୍ ମାଧ୍ୟମରେ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସରକାରଙ୍କ ପୂର୍ବପ୍ରସ୍ତୁତି ଏବଂ ସଠିକ୍ ସମୟରେ ପଦକ୍ଷେପ ଯୋଗୁଁ ଏହି ବଡ଼ ବିପର୍ଯ୍ୟୟର ମୁକାବିଲା ସଫଳ ହୋଇପାରିଛି। ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ କୁଶଳୀ ପରିଚାଳନା ଯୋଗୁଁ ରାଜ୍ୟରେ ‘ଜିରୋ କାଜୁଆଲିଟି’ ବଜାୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। Post navigation Kotia Polls Rescheduled: କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ Winter Session to Begin on November 18: ନଭେମ୍ବର ୧୮ରୁ ବିଧାନସଭାର ଶୀତ ଅଧିବେଶନ